ମୁଖ୍ୟମନ୍ତ୍ରୀ ଗୃହରେ ବର୍ଷୱାରୀ ତଥ୍ୟ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ବର୍ଷକୁ ହଜାର ହଜାର ଜୀବନ ନେଉଛି ସଡ଼କ ଦୁର୍ଘଟଣା ।୨୦୧୬ରୁ ୨୦୨୫ ମଧ୍ୟରେ ୫୩ ହଜାର ୪୫୧ ଜଣଙ୍କ ମୃତ୍ୟୁ ହୋଇଛି । ବିଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାଜନିତ ୧ ଲକ୍ଷ ୧୩ ହଜାର ୩୨୫ଟି ମାମଲା ଆସିଥିବାବେଳେ ଦୁର୍ଘଟଣାରେ ସମୁଦାୟ ୫୩ ହଜାର ୪୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୬୧ ହଜାର ୧୩୬ ଜଣ ଗୁରୁତର ଆହତ ହେବାସହ, ୪୫ ହଜାର ୧୪୬ ଜଣ ସାମାନ୍ୟ ଆଘାତ ପାଇଛନ୍ତି। ୨୦୨୫ରେ ସର୍ବାଧିକ ୧୨,୭୮୨ଜଣଙ୍କର ମୃତ୍ୟୁ ହୋଇଛି ।













