ଶୁକ୍ରବାରଠୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା. ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ସମୁଦାୟ 2953 କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ମୋଟ 5 ଲକ୍ଷ 87 ହଜାର ଛାତ୍ରଛାତ୍ରୀ. ପରୀକ୍ଷା ପାଇଁ ମୋଟ 304ଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରଶ୍ନପତ୍ର ପହଞ୍ଚିସାରିଥିଲା. ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଚଳିତ ଥର 58ଟି ଫ୍ଲାଇଁ ସ୍କ୍ୱାଡ ଓ 44ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି. ଶୁକ୍ରବାର ସକାଳ 8.30 ମିନିଟରେ  ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିବା ବେଳେ 9.15 ମିନିଟରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ. ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ଦିନ 12ଟାରେ ଶେଷ ହେବ.

LEAVE A REPLY

Please enter your comment!
Please enter your name here