ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମାର୍କରେ ଉନ୍ନତି ପାଇଁ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ। ଯଦି ପରୀକ୍ଷାର୍ଥୀଙ୍କର କୌଣସି ଗୋଟିଏ ବିଷୟରେ କମ୍‌ ମାର୍କ ରଖିଥିବେ ତେବେ ସେହି ବିଦ୍ୟାର୍ଥୀ ଆଉ ଥରେ ଉକ୍ତ ବିଷୟରେ ପରୀକ୍ଷା ମଧ୍ୟ ଦେଇପାରିବେ। ପୂର୍ବରୁ ପରୀକ୍ଷାର୍ଥୀ କେବଳ ଗୋଟିଏ ବିଷୟରେ ଫେଲ୍‌ ହୋଇଥିଲେ ସେମାନଙ୍କୁ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉଥିଲା। କିନ୍ତୁ ଚଳିତ ଥର ମାର୍କ ବଢ଼ାଇବାକୁ ମଧ୍ୟ ସୁଯୋଗ ମିଳିବ। ପୂର୍ବରୁ ସ୍ନାତକ, ସ୍ନାତକୋତ୍ତରରେ ଏହି ସୁଯୋଗ ମିଳୁଥିବାବେଳେ ଏବେ +୨ରେ ଏହି ସୁବିଧା ମଧ୍ୟ ଉପଲବ୍ଧ ହେବ। ମେଡିକାଲ ନାମଲେଖା ପରି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖାରେ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବା ବେଳେ ଏଥିରୁ କମ୍ ମାର୍କ ଥିବା ପିଲା ଆବେଦନ କିମ୍ବା ନାମଲେଖାରେ ହଇରାଣ ହେଉଛନ୍ତି।ସେଥିପାଇଁ ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ସିଏଚ୍ଏସ୍ଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here