କେନ୍ଦୁଝରରେ ଗ୍ୟାସ୍ ନ ମିଳିବାରୁ ଲୋକେ ଖାଲି ଗ୍ୟାସ୍ ଟାଙ୍କିକୁ ରାସ୍ତା ଉପରେ ରଖି କେନ୍ଦୁଝର-ସାନଘାଗରା ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍‌ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝରରେ ରାସ୍ତାରୋକୋ କରିଛନ୍ତି।ବୁକିଙ୍ଗ୍‌ କରି ଦୀର୍ଘ ଦିନ ଧରି ଗ୍ୟାସ ମିଳୁ ନ ଥିବା ଏବଂ ହୋମ ଡେଲିଭରି ଠିକ୍‌ ଭାବରେ ହେଉ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।IOCL ସଂସ୍ଥାର ବିଭାଗୀୟ ଅଧିକାରୀ ଗ୍ୟାସ୍ ଯୋଗାଣକାରୀ ସଂସ୍ଥାରେ ପହଞ୍ଚି ତଦନ୍ତ କରିଛନ୍ତି। ଯୁଦ୍ଧ ଚାଲିଥିବାରୁ ଗ୍ୟାସ୍‌ ମିଳିବାରେ ବହୁ ବିଳମ୍ବ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖଦେଇଛି। ଉପଭୋକ୍ତାମାନେ ଆଜି ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ଖବରପାଇ ଟାଉନ ଥାନା ପୋଲିସ ତୁରନ୍ତ ପହଞ୍ଚିି ଲୋକଙ୍କ ସହିତ ଆଲୋଚନା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିଲା। ଆଜି ସକାଳେ ଗ୍ୟାସ୍‌ ପ୍ରଦାନକାରୀ ସଂସ୍ଥାର ଅଫିସ ଆଗରେ ଉପଭେକ୍ତାମାନେ ସିଲିଣ୍ଡର ଧରି ପ୍ରତିବାଦ କରିବା ପରେ କେହି ନ ଶୁଣିବାରୁ ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ଯଦି ଆଗକୁ ଏଭଳି ସ୍ଥିତି ଲାଗି ରହେ ତେବେ, ଲୋକେ ପୁନର୍ବାର ରାସ୍ତାରୋକୋ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here