ସଂସଦରେ ଆଦାନୀ ସ୍କାମ ଅଭିଯୋଗକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଆମେରିକୀୟ ସଟ୍ ସେଲର ହିଣ୍ଡେନବର୍ଗ ଆଦାନୀ
କଂପାନୀ ବିରୋଧରେ ଠକେଇ ଅଭିଯୋଗ ଆଣିଛି । ତେଣୁ ଆଦାନୀ ସ୍କାମର ତଦନ୍ତ ସଂସଦୀୟ କମିଟି ଅବା ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କମିଟି ଦ୍ବାରା ତଦନ୍ତ କରାଇବାକୁ ବିରୋଧୀ ଦାବି କରିଛନ୍ତି । ଆଜି ସଂସଦର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରି ଗୃହରେ ଆଦାନୀ କଂପାନୀ ବିରୋଧରେ ହୋଇଥିବା ଠକେଇ ଅଭିଯୋଗ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି । ଏହାକୁ ନେଇ ସଂସଦ ସରଗରମ ରହିଛି ।
ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କ ନେତୃତ୍ବରେ 13ଟି ବିରୋଧୀ ଦଳ ସରକାରଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି । ଏକାଠି ହୋଇଥିବା ବିରୋଧୀ ଦଳଗୁଡିକ ମଧ୍ୟରେ ଅଛନ୍ତି ଆପ୍, ବିଆରଏସ, କେସିଆର, ତୃଣମୂଳ କଂଗ୍ରେସ ପ୍ରମୁଖ ।

LEAVE A REPLY

Please enter your comment!
Please enter your name here