ଶେଷରେ ଥାନାକୁ ଗଲେ ବିଜେପି ନାରୀ ନେତ୍ରୀମାନେ । ପୋଲିସ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ । ମନ୍ତ୍ରୀ ମହାରଥୀଙ୍କ ବିରୋଧରେ ଫେରାଦ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିବା ବେଳେ ବାଟରେ ପୋଲିସ ଅଟକାଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ । ଏହାକୁ ନେଇ ମହିଳା ଥାନାରେ ଏତଲା ଦେଇଛନ୍ତି ।
କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନାରୀଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ମଙ୍ଗଳବାର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବୀନ ନିବାସ ଘେରାଉ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଇ ପୋଲିସ ଦମନର ଶିକାର ହୋଇଥିଲେ ଶତାଧିକ ମହିଳା । ଦଳୀୟ ସଭାନେତ୍ରୀ ପ୍ରଭାତୀ ପରିଡା ଏହି ଘଟଣାକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟଜନକ କହିଛନ୍ତି । ପୁରୁଷ ପୋଲିସ ମହିଳାଙ୍କୁ ଡେଣା ଧରି ଉଠାଇବା , ଟଣା ଓଟରା କରିବା ଏବଂ ଅଶାଳୀନ ବ୍ୟବହାର ଅତନ୍ତ୍ୟ ଦୂର୍ଭାଗ୍ୟଜନକ । ମହିଳା ପୋଲିସ ଥାଇ ମଧ୍ୟ ପୁରୁଷ ପୋଲିସ ଜାଣିଶୁଣି ମହିଳାଙ୍କୁ ଏପରି ଅତର୍କିତ ଭାବେ ଆକ୍ରମଣ କରି ମହିଳାଙ୍କ ସହ ଅଶାଳୀନ ବ୍ୟବହାର କରିବା ସଂପୂର୍ଣ୍ଣଭାବେ ଆଇନବିରୋଧି । ଏହାଦ୍ୱାରା ମହିଳାଙ୍କ ସମ୍ମାନହାନି ହୋଇଛି ବୋଲି ଶ୍ରୀମତି ପରିଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here