ବିଶ୍ୱର ପ୍ରଥମ ୧୦ ଓଭର ବିଶିଷ୍ଟ ଅନ୍ତର୍ଜାତୀୟ ପେସାଦାର କ୍ରିକେଟ୍ ଲିଗକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଞ୍ଜୁରୀ ପ୍ରଦାନ କରିଛି । ଏନେଇ ଏମରାଇଟ୍ସ କ୍ରିକେଟ ବୋର୍ଡ (ଇସିବି) ମଧ୍ୟ ଅନୁମତି ଦେଇଛି । ଆଇସିସି ଓ ଆଣ୍ଟି କରପଶନ ବିଭାଗ ପ୍ରତ୍ୟକ ଲିଗର ଆର୍ଥିକ ଓ ଭ୍ରଷ୍ଟାଚାର ସମ୍ପର୍କିତ ତଥ୍ୟକୁ ତର୍ଜମା କରିବା ପରେ ମଞ୍ଜୁରୀ ଦେଇଛି । ଟି-୨୦ ଲିଗ ମ୍ୟାନେଜମେଣ୍ଟ ଟୁର୍ଣ୍ଣାମେଣ୍ଟକୁ ଭ୍ରଷ୍ଟାଚାର ମୁକ୍ତ ରଖିବା ପାଇଁ ଏବେ ଆଇସିସି ଓ ଇସିବି ସହ କାର୍ଯ୍ୟ କରୁଛି । ଆଗାମୀ ନଭେମ୍ବର ୨୩ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ୧୦ ଦିନ ଧରି ଚାଲିବାକୁ ଥିବା ଲିଗରେ ମୋଟ ୨୯ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟସୂଚି ରହିଛି । ଟୁର୍ଣ୍ଣାମେଣ୍ଟ ଲାଗି ଆଇସିସି ପ୍ୟାନେଲରୁ ଅମ୍ପାୟର ଚୟନ କରାଯିବ । ଟେକ୍ନିକାଲ କମିଟି ମୁଖ୍ୟଭାବେ ରୋଶନ ମାହାନାମାଙ୍କୁ ନିଯୁକ୍ତ କରାଯାଇଛି । ସେ ଆଇସିସି ନିୟମ ସମ୍ପର୍କରେ ସୂଚନା ଦେବେ । ଏଥିସହ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ, ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ୱାଗଙ୍କୁ ଆଇକନ ଭାବେ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here