ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଖର୍ଗ ଦ୍ୱୀପ ଉପରେ ଆମେରିକା ହମଲା କରିବା ପରେ ଇରାନ ମଧ୍ୟ ଆମେରିକାର ସୈନ୍ୟ ଆଡ୍ଡା ଉପରେ ବୋମା ମାଡ କରୁଛି। ଇରାନ ବିରୋଧରେ ବୈଶ୍ୱିକ ଓ ଆଞ୍ଚଳିକ ସଂଘର୍ଷର ନେତୃତ୍ଵ ଟ୍ରମ୍ପ ଓ ଇସ୍ରାଏଲର ପିଏମ ବେଞ୍ଜାମିନ ନେତନ୍ୟାହୁ କରୁଛନ୍ତି । ଇରାନର ଶକ୍ତିଶାଳୀ ସୈନ୍ୟ ସଂଗଠନ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କପର୍ସ କହିଛି ଯେ, ନିଜର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁର ପ୍ରତିଶୋଧ ନେବ । ଏଥିପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଖୋଜି ଖୋଜି ହତ୍ୟା କରିବୁ । ଇରାନ ଗାର୍ଡ୍ସ କହିଛନ୍ତି ଯେ, ଯଦି ପିଲାଙ୍କ ଜୀବନ ନେଉଥିବା ଏହି ଅପରାଧୀ ବଞ୍ଚିଛି ତେବେ ଆମେ ପୂରା ଶକ୍ତି ସହିତ ପିଛା କରି ଜୀବନରୁ ମାରି ଦେବୁ । ଆଇଆରଜିସିର କମାଣ୍ଡର କହିଛନ୍ତି ଯେ, ଫେବୃଆରୀ ୨୮ରେ ଅୟାତୁଲ୍ଲା ଅଲ୍ଲୀ ଖାମେନିଙ୍କ ହତ୍ୟା ଏମିତି ଏକ ଅପରାଧ ଯାହାର ହିସାବ ନେତନ୍ୟାହୁଙ୍କୁ ହତ୍ୟା କରି ହିଁ ନିଆଯିବ । ଅନ୍ୟପଟେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଶନିବାର କହିଛନ୍ତି ଯେ, ତେହରାନ ସହିତ ଯୁଦ୍ଧ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚି ସାରିଛି । ସେ ଇରାନର ଖର୍ଗ ଦ୍ୱୀପରେ ଥିବା ତୈଳ ରପ୍ତାନକାରୀ କେନ୍ଦ୍ର ଉପରେ ଆମେରିକାର ହମଲାକୁ ସେ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here