ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି । ଦିନକରେ ୧୦ ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୮୩୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୪୨୨୬ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ ବର୍ଗର ୮୭୨ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଆଉ ୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଅନୁଗୁଳ, ନୟାଗଡ ଏବଂ କେନ୍ଦ୍ରପଡାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୭୨କୁ ବୃଦ୍ଧି ପାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ-୧୩୪୮, କଟକ-୮୭୦, ଷ୍ଟେଟପୁଲ-୭୨୪, ସମ୍ବଲପୁର-୫୭୦, ମୟୂରଭଞ୍ଜ-୪୨୩, ବାଲେଶ୍ୱର-୨୭୮ ପଜିଟିଭ ଚିହ୍ନଟ । ସେହିପରି ପୁରୀ-୨୭୨, ଝାରସୁଗୁଡା-୨୧୯, ଯାଜପୁର-୨୧୨ ।

LEAVE A REPLY

Please enter your comment!
Please enter your name here