ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି । ୪୭.୩ ଅରବ ଡଲାର ସମ୍ପତ୍ତିସହ ମୁକେଶ ୧୧ ଥର ଲାଗି ଭାରତୀୟ ଧନୀ ତାଲିକାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଫୋର୍ବସ ପତ୍ରିକାର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମୁକେଶଙ୍କ ବ୍ୟବସାୟରେ ୯.୩ ଅରବ ଡଲାର ବୃଦ୍ଧି ହୋଇଛି । ଏହାସହ ଚଳିତ ବର୍ଷ ସେ ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ । ଫୋର୍ବ୍ସ ଇଣ୍ଡିଆ ରିଚ ଲିଷ୍ଟ ୨୦୧୮ ମୁତାବକ, ବିପ୍ରୋର ଚେୟାରମ୍ୟାନ ଅଜୀମ ପ୍ରେମଜୀ ସର୍ବଶ୍ରେଷ୍ଠ ଧନୀ ଭାରତୀୟ ଭାବେ ଦ୍ୱତୀୟ ସ୍ଥାନରେ ଅଛନ୍ତି । ଏକ ବର୍ଷରେ ୨ ଅରବ ଡଲାର ଲାଭ ସହ ତାଙ୍କ ସମ୍ପତ୍ତି ୨୧ ଅରବ ଡଲାର ରହିଛି । ସେହିପରି ୧୮.୩ ଅରବ ଡଲାର ସମ୍ପତ୍ତି ମାଲିକ ଆର୍ସେଲର ମିତଲର ଚେୟାରମ୍ୟାନ ଲକ୍ଷ୍ମୀନିବାସ ମିତଲ ତୃତୀୟ ସ୍ଥାନରେ ରହିଛନ୍ତି । ଏବଂ ୧୮ ଅରବ ଡଲାର ସମ୍ପତ୍ତିର ମାଲିକ ହିନ୍ଦୁଜା ବ୍ରଦର୍ସ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ତାଲିକାର ପଞ୍ଚମ ସ୍ଥାନରେ ୧୫.୭ ଅରବ ଡଲାର ସହ ପଲିନଜି ମିସ୍ତ୍ରୀ ଅଛନ୍ତି ।
ଭାରତର ଶୀର୍ଷ ୧୦ ଜଣ ଧନୀ ତାଲିକାରେ ଶିବ ନାଡର (୧୪.୬ ଅରବ ଡଲାର) ଷଷ୍ଠ ସ୍ଥାନରେ , ଗୋଦରେଜ ଫ୍ୟାମିଲି(୧୪ ଅରବ ଡଲାର) ସପ୍ତମ , ଦିଲୀପ ସାନ୍ଧବୀ (୧୨.୬ ଅରବ ଡଲାର) ଅଷ୍ଟମ, କୁମାର ବିଡଲା (୧୨.୫ ଅରବ ଡଲାର) ୯ମ,ଏବଂ (୧୧.୯ ଅରବ ଡଲାର) ୧୦ ସ୍ଥାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here