ମୁମ୍ବାଇରେ ଦେଶର ଦ୍ୱିତୀୟ ବଡ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଶେଷ ହୋଇଛି । ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କ ହାତ ଧରିବେ ଅନନ୍ତ । ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ନିର୍ବନ୍ଧ ପାଇଁ ନବବଧୂ ପରି ସଜେଇ ହୋଇଥିଲା ମୁକେଶ ଅମ୍ବାନୀଙ୍କ ଘର । ବଲିଉଡର ବଡ ବଡ ସେଲିବ୍ରିଟି ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ । ଦୀର୍ଘଦିନ ହେବ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ପରସ୍ପରକୁ ଡେଟ୍ କରୁଥିଲେ । ଅମ୍ବାନୀ ପରିବାରର ଅନେକ କାର୍ଯ୍ୟକ୍ରମରେ ରାଧିକାଙ୍କୁ ଦେଖିବାକୁ ମିଳେ । ରାଧିକାଙ୍କ ପୈତୃକ ଘର ଗୁଜରାଟରରେ ହୋଇଥିବାବେଳେ ସେ ନିଜର ସ୍କୁଲ ଶିକ୍ଷା ମୁମ୍ବାଇରେ କରିଛନ୍ତି । ପରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ କରିଥିଲେ ।

LEAVE A REPLY

Please enter your comment!
Please enter your name here