ଜାତୀୟ ରାଜପଥ ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ Fast Tag ବାର୍ଷିକ ପାସ୍ ଆରମ୍ଭ କରିଥିଲା ଓ ଏହାକୁ ୬ ମାସ ଭିତରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଆକ୍ଟିଭ କରିଛନ୍ତି । ଏହି ସମୟରେ ୨୬.୫୫ କୋଟିରୁ ଅଧିକ ନେଣଦେଣ ହୋଇଥିବା ପ୍ରାଧୀକରଣ ପକ୍ଷରୁ କୁହାଯାଇଛି । ଏବେ ଗାଡିଚାଳକଙ୍କୁ ବାର୍ଷିକ ପାସ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । NHAI କହିଥିଲା ଯେ, ବାର୍ଷିକ ପାସକୁ ଗାଡିଚାଳକ ପସନ୍ଦ କରୁଛନ୍ତି ,ଯାହାଫଳରେ ୟୁଜର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ତଥ୍ୟ ଅନୁସାରେ, ୫୬ ଲକ୍ଷରୁ ଅଧିକ ଗାଡି ଚାଳକ ହିଁ ବାର୍ଷିକ ପାସ୍ ପାଇଁ ପଞ୍ଜିକରଣ କରି ସାରିଛନ୍ତି । ବର୍ତ୍ତମାନ ଏହି ପାସର ମୂଲ୍ୟ ୩ ହଜାର ଟଙ୍କା ରହିଛି । NHAI ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ପାସର ମୂଲ୍ୟ ବଢାଇ ୩ ହଜାର ୭୫ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ । Fast Tagର ବ୍ୟବହାର ଭାରତର ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ପ୍ରାୟ ୧୧୫୦ ଟୋଲ୍ ପ୍ଲାଜାରେ ବ୍ୟବହାର କରାଯାଉଛି । ଗାଡିରେ ଏକ ଭାଲିଡ ଫାଷ୍ଟ୍ୟାଗ ଲାଗିବା ଜରୁରୀ ଅଟେ ।

LEAVE A REPLY

Please enter your comment!
Please enter your name here