ପ୍ରସିଦ୍ଧ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁର ନାଁ ବଦଳିଗଲା । ରଙ୍ଗବତୀ ଗୀତ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ବିଲୁଙ୍ଗ ଗାଁର ନାଁ ବଦଳାଇଦେଇଛି । ଏ ରାଜସ୍ୱ ଗାଁର ନାଁ ଏବେ ରଙ୍ଗବତୀ ବିଲୁଙ୍ଗ ଭାବେ ପରିଚିତ ହେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ବିଗ୍ୟପ୍ତି ପ୍ରକାଶ କରାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଅନୁମୋଦନ ପରେ ଗାଁର ନାଁ ବଦଳିଥିବା ରାଜ୍ୟ ସରକାରଙ୍କର ରାଜ୍ୱସ ବିଭାଗପକ୍ଷରୁ କୁହାଯାଇଛି । ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌତିଆ ବିଲୁଙ୍ଗ ଗାଁରେ ଜନ୍ମ ହୋଇଥିବାରୁ ଗାଁର ନାଁ ବଦଳାଇଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here