ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ ପେ ବୃଦ୍ଧି ନେଇ ଗୁରୁବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ସଚିବ ଉପସ୍ଥିତ ରହିଥିଲେ । ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁର୍ନଗଠନ ଓ ଗ୍ରେଡ ପେ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅନୁମୋଦନ କରିଛନ୍ତି । ଶିକ୍ଷକଙ୍କ ବହୁ ଦିନର ଦାବିକୁ ସମ୍ମାନ ଜଣାଇ ସେମାନଙ୍କ କ୍ୟାଡରରେ ପରିବର୍ତ୍ତନ ଆଣି ଚାକିରି କାଳ ମଧ୍ୟରେ ଅତି କମରେ ୩ଟି ପରିବର୍ତ୍ତନ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ।
ଏହି ନିଷ୍ପତ୍ତି ଅନୁସାରେ ଏଲିମେଣ୍ଟାରି କ୍ୟାଡରରେ ବରିଷ୍ଠ ଶିକ୍ଷକ , ସ୍ନାତକ ଶିକ୍ଷକ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଏହାସହ ଲେବୁଲ-୪ଓ ଲେବୁଲ-୨ ପଦବୀ ସଂଖ୍ୟା ଯଥେଷ୍ଟ ବଢାଇଦିଆଯାଇଛି ଏବଂ ବେତନ ହାରରେ ବୃଦ୍ଧି ମଧ୍ୟ ଘଟିଛି । ଏହି ପଦୋନ୍ନତି ପାଇଁ ଦୀର୍ଘଦିନ ଧରି ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଆସୁଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ପ୍ରାୟ ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here