ମୟୁରଭଞ୍ଜରେ ଦୁଇ ଦିନ ହେବ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଘର ଠାରୁ ମାତ୍ର ୫୦୦ ମିଟର ଦୂରରୁ ଅଖା ଭିତରୁ ମିଳିଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ବଣସାହିରେ ଥିବା ବନ ବିଭାଗ କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ମୂଳରୁ ଅଖା ଭିତରୁ ନାବାଳିକାଙ୍କ ମୃତ ଦେହ ମିଳିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ,ଗତକାଲି ସନ୍ଧ୍ୟା ୭ଟା ଯାଏ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀ ଜଣଙ୍କ ଘରେ ଥିଲେ । ଏହା ପରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଝିଅକୁ ପାଇ ନଥିଲେ । ଶେଷରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ବନ ବିଭାଗ କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ମୂଳରୁ ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ମୃତଦେହ ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କରଞ୍ଜିଆ ପୋଲିସ ଓ ବନ ବିଭାଗ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here