ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଗମ୍ଭୀର ସମସ୍ୟାରେ ପିଡୀତ ଅଛନ୍ତି । କିଛିଦିନ ହେବ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ଶ୍ରଦ୍ଧା ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ସୁଟିଂ ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅଧାରୁ ସୁଟିଂ ବନ୍ଦ କରିବାକୁ ପଡିଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ ନେବାରୁ ଜଣାପଡିଲା ଯେ, ସେ ଏବେ ଡେଙ୍ଗୁରେ ପିଡୀତ । କିଛିଦିନ ତଳେ କମେଡି କୁଇନ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଡେଙ୍ଗୁରେ ପିଡୀତ ଥିବା ଖବର ଆସିଥିଲା । ଏବେ ଶ୍ରଦ୍ଧା କପୁର ଏହି ମାରାତ୍ମକ ରୋଗରେ ପିଡୀତ ହୋଇଥିବା ସୁଚନା ମିଳିଛି । ସେଥିପାଇଁ ସେ ତାଙ୍କ ଅପକମିଂ ଫିଲ୍ମର ସୁଟିଂକୁ ବାତିଲ କରିଛନ୍ତି । ବ୍ୟାଡମିଣ୍ଟନ ପ୍ଲେୟାର ସାଇନା ନେହ୍ୱାଲଙ୍କ ବାୟୋପିକରେ ସାଇନାଙ୍କ ଭୂମିକାରେ ନଜର ଆସିବେ ଶ୍ରଦ୍ଧା । ଅସୁସ୍ଥତା କାରଣରୁ ସେ ଏବେ ଏହି ଫିଲ୍ମର ସୁଟିଂ କରିବାକୁ ମନାକରିଛନ୍ତି ।