ଶ୍ରୀମନ୍ଦିର ନିକଟରେ ହୋଇଥିବା ହିଂସାକାଣ୍ଡ ଓ ପୋଡାଜଳା ସମସ୍ତଙ୍କୁ ଆଘାତ ଦେଇଛି । ଏହି ଘଟଣାରେ ପୋଲିସ ୨୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ପାଖରେ ଭଙ୍ଗାରୁଜା ସହ ପୋଡାଜଳା କରିଥିବା ଅଭିଯୋଗରେ ପାଖାପାଖି ୬୫ ଜଣଙ୍କୁ ପୋଲିସ ଚିହ୍ନଟ କରିଥିବା ଜଣାପଡିଛି । ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଗତ ବୁଧବାର ଦିନ ଶ୍ରୀଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିବା ବେଳେ ଆନ୍ଦୋଳନକାରୀମାନେ ବ୍ୟାପକ ହିଂସାକାଣ୍ଡ କରିଥିଲେ. ଶ୍ରୀମନ୍ଦିର ପ୍ରଶାସନ ଅଫିସ, ଥାନାରେ ଭଙ୍ଗାରୁଜା କରିବା ସହ ବଡଦାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ. ତେବେ ଗତକାଲିଠାରୁ ପୁରୀ ସହରରେ ସ୍ଥିତି ସ୍ୱାଭାବିକ ହୋଇଛି । ସ୍ଥାନୀୟ ଲୋକମାନେ ପରିଚୟ ପତ୍ର ଦେଖାଇ ସମସ୍ତ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ପୁରୀ ବାହାରୁ ଆସୁଥିବା ଭକ୍ତମାନେ ଧାଡିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି.

LEAVE A REPLY

Please enter your comment!
Please enter your name here