କାହିଁ କେତେ ଶତାବ୍ଦୀରୁ ପ୍ରତ୍ୟେକ ଘଟଣାର ମୂକ ସାକ୍ଷୀ ହୋଇ ରହିଥିବା ଛୁକ୍-ଛୁକ୍ ଗାଡି ଶେଷରେ ଇତିହାସ ଫର୍ଦ୍ଦରେ ସବୁଦିନ ପାଇଁ ଯୋଡି ହେବାକୁ ଯାଉଛି. ଛତିଶଗଡ଼ର ରାଜଧାନୀ ରାୟପୁରରେ 1900 ମସିହାରେ ଆରମ୍ଭ ହୋଇଥିଲା ଏହି ଛୁକ୍-ଛୁକ୍ ଗାଡି. ସେହି ସମୟରେ ଏହି ଗାଡିର ପ୍ରଚଳନ ଲୋକଙ୍କ ପାଇଁ ଏକ ବଡ ସ୍ୱପ୍ନ ସାକାର ହେବା ଭଳି ଥିଲା. ଏହି ଗାଡି ରାୟପୁରରୁ ଆରମ୍ଭ କରି ଧମତରୀ ମଧ୍ୟରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲା ଓ ସେବେଠାରୁ ବିକାଶର ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା. ତେବେ କୁହାଯାଏ ଯେ, ମହାତ୍ମା ଗାନ୍ଧୀ କ୍ୟାଣ୍ଡେଲ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେବା ପାଇଁ ଏହି ଟ୍ରେନ୍ ରେ ଯାଇ ଧମତରୀରେ ପହଞ୍ଚିଥିଲେ. ଛୋଟ ଲାଇନ୍ ର ଏହି ରେଳ ଗାଡି ସ୍ୱତନ୍ତ୍ରତା ଆନ୍ଦୋଳନର ମଧ୍ୟ ସାକ୍ଷୀ ଅଟେ. ବର୍ତ୍ତମାନ 118 ବର୍ଷର ଏହି ପୁରୁଣା ନେରୋ ଗଜ୍ ଟ୍ରେନ୍ ଜାଗାରେ ବ୍ରଡ୍ ଗଜ୍ ଟ୍ରେନ୍ ଆସିବାକୁ ଯାଉଛି. ଶତାବ୍ଦୀରୁ ଅଧିକ ସମୟ ଧରି ଲୋକଙ୍କ ଲାଇଫ୍ ଲାଇନ୍ ରହିଥିବା ଏହି ଛୁକ୍-ଛୁକ୍ ଗାଡି ସବୁଦିନ ପାଇଁ ଇତିହାସର ଫର୍ଦ୍ଦରେ ରହିଯିବ.

LEAVE A REPLY

Please enter your comment!
Please enter your name here