ସୀମାରେ ବଢୁଥିବା ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିଜର ଆକାଶ ମାର୍ଗର ସୁରକ୍ଷାକୁ ଆହୁରି ମଜଭୁତ କରିବାକୁ ଯାଉଛି। ଭାରତ ବର୍ତ୍ତମାନ ରୁଷିଆ ଠାରୁ S-400 ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି। ଏହି ଅତ୍ୟାଧୁନିକ ସିଷ୍ଟମ ଶତ୍ରୁପକ୍ଷର ମିସାଇଲ୍, ଡ୍ରୋନ୍ ଏବଂ ଯୁଦ୍ଧ ବିମାନକୁ ଆକାଶରେ ହିଁ ଧ୍ୱଂସ କରିବାରେ ସକ୍ଷମ। S-400 ହେଉଛି ରୁଷିଆ ଦ୍ୱାରା ନିର୍ମିତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟରୁ ଏକ। ଏହାର ରେଞ୍ଜ ପ୍ରାୟ ୪୦୦ କିଲୋମିଟର ଏବଂ ଏହା ଏକାସାଙ୍ଗରେ ୩୬ଟି ଟାର୍ଗେଟ୍ ଉପରେ ନଜର ରଖିବା ସହ ସେଗୁଡ଼ିକୁ ମାରି ଖସାଇପାରେ । S-400 ବ୍ୟତୀତ ଭାରତ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ‘ଆକାଶ’ ମିସାଇଲ୍ ସିଷ୍ଟମ ଏବଂ ଇସ୍ରାଏଲ୍ ସହ ମିଶି ‘MRSAM’ ମଧ୍ୟ ବ୍ୟବହାର କରୁଛି।

LEAVE A REPLY

Please enter your comment!
Please enter your name here