ଆଜିର ବ୍ୟସ୍ତବହୁଳ ଦୁନିଆରେ ବାପା ମା’ ନିଜ କାମରେ ବ୍ୟସ୍ତ ରହୁଥିବା ବେଳେ ପିଲାଙ୍କ ପ୍ରତି ଧ୍ୟାନ ଦେଇପାରୁନଥିବା ବେଳେ ଘରେ ଆୟା ରଖୁଛନ୍ତି. ପୂର୍ବରୁ ଘରେ ପିଲା ସମସ୍ତଙ୍କ ସହ ରହୁଥିବା ବେଳେ ବର୍ତ୍ତମାନ କେବଳ ବାପାମା ଙ୍କ ସହ ରହୁଛନ୍ତି. ଆଉ ଅନ୍ୟପଟେ ବାପା ମା ସେମାନଙ୍କ କାମକୁ ଗୁରୁତ୍ୱ ଦେଉଥିବା ବେଳେ ନିଜ ପିଲାଙ୍କ ପ୍ରତି ଦୃଷ୍ଟି ଦେଇପାରୁନାହାନ୍ତି. ଯାହା ବର୍ତ୍ତମାନ ଯୁଗରେ ସେମାନଙ୍କ ପାଇଁ ମୁଖ୍ୟ କାରଣ ପାଲଟିଛି. ତେବେ ଏହି ଚିନ୍ତାକୁ ଦୂର କରିବା ପାଇଁ ବଜାରକୁ ସ୍ମାର୍ଟ ଖେଳନା ସହ ଆସିଛି ରୋବଟ ଖେଳନା. ଯାହା ଜଣେ ମଣିଷଙ୍କ ପରି ପିଲାର ଆୟା ବନିପାରୁଛି, କବିତା ଗାଇ ପାରୁଛି, ଗପ ଶୁଣାଇପାରୁଛି ଏବଂ ବହୁ ଶିକ୍ଷଣୀୟ କଥା ମଧ୍ୟ ଶିଖାଇପାରୁଛି. ତେବେ ଚୀନରେ ରୋବଟ୍ ର ବଜାର ଦ୍ରୁତ ଗତିରେ  ବଢୁଛି. ଏହି ରୋବଟ୍ ର ଲୋକପ୍ରିୟତା ଧିରେଧିରେ ବଢୁଥିବା ବେଳେ ଚଳିତ ବର୍ଷ ଏହାକୁ ପାଖାପାଖି 3 କୋଟି ଲୋକ କିଣିଛନ୍ତି. ତେବେ 2019 ରେ ଏହା 10 କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି. ଏହି ରୋବଟ୍ ର ମୂଲ୍ୟ 7 ହଜାରରୁ ଆରମ୍ଭ କରି 25 ହଜାର ପର୍ଯ୍ୟନ୍ତ ରହିଛି.

LEAVE A REPLY

Please enter your comment!
Please enter your name here