କରୋନା ମୁକାବିଲାରେ ଫେଲ୍ ସରକାର I ଦିନକୁ ଦିନ ସଂକ୍ରମଣ ଯେମିତି ବଢୁଛି, ସେମିତି ବଢୁଛି କରୋନାଜନିତ ମୃତ୍ୟୁସଂଖ୍ୟା I ଆଜି ରାଜ୍ୟରେ ସର୍ବାଧିକ 1833 ପଜିଟିଭ କେସ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 715 ଟି ରହିଛି ଲୋକାଲ କେସ୍ I କମ୍ୟୁନିଟୀ ସଂକ୍ରମଣ ହୋଇନାହିଁ ବୋଲି ସରକାର କହୁଥିଲେ ହେଁ ସଂକ୍ରମଣ ସଂଖ୍ୟା ଯେଉଁ ହାରରେ ବଢିଚାଲିଛି, ସେଥିରୁ କରୋନା ଆଗରେ ମୁକାବିଲା ପ୍ରକ୍ରିୟା କେମିତି ଫେଲ୍ ମାରିଛି, ତାହା ଜଳ ଜଳ ଦେଖାଯାଉଛି I ଆଜିର କରୋନା ପରିସଂଖ୍ୟାନରେ ଗଞ୍ଜାମ ଜିଲ୍ଲା ରେକର୍ଡକୁ ଭାଙ୍ଗି ଦେଇଛି ଖୋର୍ଦ୍ଧା ଜିଲ୍ଲା I ଗଞ୍ଜାମ ଜିଲ୍ଲାରେ 279 ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି 298 I ସେହିପରି ଆଜି କରୋନାରେ ମୃତ୍ୟୁସଂଖ୍ୟା 12କୁ ବୃଦ୍ଧି ପାଇଛି I ସୁନ୍ଦରଗଡ ଓ ଗଞ୍ଜାମ ଜିଲ୍ଲାରେ 3 ଜଣ ଲେଖାଁଏ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି I ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା 247ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ 123କୁ ବୃଦ୍ଧି ପାଇଛି I ସେହିପରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 42 ହଜାର 500ରେ ପହଞ୍ଚିଛି I

LEAVE A REPLY

Please enter your comment!
Please enter your name here