ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ଭୂମିକମ୍ପ ସକାଳ ୪ଟା ୩୨ରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମପାଯାଇଛି। ଭୂମିକମ୍ପ ସକାଳ ୪ଟା ୩୨ରେ ହୋଇଥିଲା। ଏପର୍ଯ୍ୟନ୍ତ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ପୋଲିସ ଓ ରିଲିଫ୍ ଦଳ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଶାସନ ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ଓ ସତର୍କ ରହିବାକୁ ଏବଂ ତୁରନ୍ତ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ରିପୋର୍ଟ କରିବାକୁ ନିବେଦନ କରିଛି। କିଛି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆର ସମେତ ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତ ୧ ମାର୍ଚ୍ଚରେ ଡୋଡାରେ ୪.୨ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା। ସେତେବେଳେ କୌଣସି ବଡ଼ କ୍ଷତି ହୋଇନଥିଲା ।












