ଟିଭି ଚ୍ୟାନେଲ ହୋଷ୍ଟ୍ ଭାବେ ବେଶ୍ ସୁନାମ ଅର୍ଜନ କରିଥିବା ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗଦେଲେ. କଂଗ୍ରେସ ଭବନରେ ଆୟୋଜିତ ଏକ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସତ୍ୟ ପ୍ରକାଶଙ୍କୁ ଦଳକୁ ସ୍ବାଗତ କରିବା ସହ ଆସନ୍ତା ଦିନରେ ତାଙ୍କ ରାଜନୀତିକ ବିରୋଧୀମାନେ ସତ୍ୟକୁ ସାମ୍ନା କରିବେ ବୋଲି କହିଛନ୍ତି. ଜି କଳିଙ୍ଗ ଓଡିଆ ଚ୍ୟାନେଲରେ ନ୍ୟୁଜ ହେଡ ଥିବା ସମୟରେ ‘ସତ୍ୟର ସାମ୍ନା’  ନାଁରେ ଏକ ଟିଭି ସୋର ହୋଷ୍ଟ୍ ଥିଲେ ସତ୍ୟ. ତେବେ ସାମ୍ବାଦିକ ଭାବେ ସତ୍ୟର ଖୁଲାସା କରି ଆସିଥିବା ସତ୍ୟ ଏବେ କଂଗ୍ରେସ ଦଳରେ ରହି ଶାସକ ଦଳର ଭିତିରି ଗୁମର ଖୋଲିବେ ବୋଲି ଆଶା ରଖିଛନ୍ତି ସେ. ଦଳ ତାଙ୍କୁ ମିଡିଆ ମୁଖ୍ୟ ଦାୟିତ୍ବ ଦେଇଛି. ବିଜେଡି ବିଜେପି ତୁଳନାରେ କଂଗ୍ରେସର ମିଡିଆ ମ୍ୟାନେଜମେଣ୍ଟ ସଂପୂଣ୍ଣ ଦୁର୍ବଳ ଥିବାରୁ ସତ୍ୟ ଉପରେ ଦଳୀୟ ନେତୃତ୍ବ ପୁରା ଭରଷା କରିଛନ୍ତି.

ଦୀର୍ଘଦିନର ସାମ୍ବାଦିକତା ପରେ ସତ୍ୟ ପ୍ରକାଶ ନାୟକ ଏବେ କଂଗ୍ରେସରେ ନେତା କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି. ଆଗକୁ 2019 ନିର୍ବାଚନରେ ସତ୍ୟ ଭଣ୍ଡାରୀପୋଖରି କି ମଧ୍ୟ ଭୁବନେଶ୍ବରରୁ ପ୍ରାର୍ଥୀ ହେବା ସମ୍ଭାବନା ରହିଛି.

LEAVE A REPLY

Please enter your comment!
Please enter your name here