ବିଜୁ ଜନତା ଦଳର ସଂସଦୀୟ ରଣନୀତିକୁ ମଜବୁତ କରିବାକୁ ବିଜେଡ଼ି ନୂଆ ନିଷ୍ପତି ନେଇଛି । ରାଜ୍ୟସଭାରେ ମାନସ ମଙ୍ଗରାଜଙ୍କୁ ବିଜେଡ଼ିର ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି କରାଯାଇଛି।ସେହିପରି ଉପନେତା ଭାବେ ସୁଲତା ଦେଓଙ୍କୁ ଦାୟିତ୍ୱ ଦିଆଯାଇଛି।ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଗତ କିଛି ଦିନ ହେବ ସଂସଦୀୟ ଦଳ ନେତା ପଦକୁ ନେଇ ଦଳ ମଧ୍ୟରେ ଚର୍ଚ୍ଚା ଚାଲିଥିଲା ।ଶେଷରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମାନସ ମଙ୍ଗରାଜଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଦେଇଛନ୍ତି ଏବଂ ବିଗତ ଅଧିବେଶନରେ ସୁଲତା ଦେଓଙ୍କ ସକ୍ରିୟ ଭୂମିକା ଓ ରାଜ୍ୟର ବିଭିନ୍ନ ମୁଦ୍ଦା ଉପସ୍ଥାପନ କରିବାର କ୍ଷମତା ପାଇଁ ସୁଲତା ଦେଓଙ୍କୁ ଉପନେତା ଭାବେ ଦାୟିତ୍ୱ ଦିଆଯାଇଛି ।












