ରାୟଗଡ଼ା ଜିଲ୍ଲା ଗୁଡ଼ାରିର ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଡୁଖୁଙ୍କୁ ରବିବାର ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଠିକାଦାରଙ୍କୁ ବିଭିନ୍ନ ଜଙ୍ଗଲ ବିଭାଗ ଯୋଜନାର କାମ ପାଇଁ ପିସି ନାମରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରେଞ୍ଜରଙ୍କ ଉପରେ ନଜର ରଖାଯାଇଥିଲା। ସେ ଗୁଡ଼ାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ଘରକୁ ଯାଉଥିବା ବେଳେ ଇନ୍ଦ୍ରାବତୀ ସେତୁ ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ତାଙ୍କ ନିକଟରୁ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଥିଲା, ଯାହାର ସନ୍ତୋଷଜନକ ଉତ୍ତର ସେ ଦେଇପାରି ନ ଥିଲେ। ଏହା ପରେ ଭିଜିଲାନ୍ସ ତାଙ୍କ ନବରଙ୍ଗପୁରର ଘର, ରାୟଗଡ଼ା ଗୁମୁଡ଼ାର ସରକାରୀ କ୍ୱାର୍ଟର ଓ ଗୁଡ଼ାରି ଅଫିସରେ ଏକକାଳୀନ ଚଢ଼ାଉ କରିଥିଲେ। ଏହା ସହିତ ସରକାରୀ ବୋଲେରୋ ଗାଡ଼ିକୁ ଜବତ କରାଯାଇଛି ଏବଂ ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here