ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏପ୍ରିଲ ୨୨ ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆୟୋଜିତ ହେବ। ବୈଠକରେ ରାଜ୍ୟର ଅନେକ ଜରୁରୀ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ଏବଂ ବିଭିନ୍ନ ବିଭାଗର ନୀତିଗତ ନିଷ୍ପତ୍ତି ଓ ନୂତନ ପରିକଳ୍ପନାଗୁଡ଼ିକୁ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସହିତ ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ସଚିବମାନେ ଉପସ୍ଥିତ ରହିବେ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଏପର୍ଯ୍ୟନ୍ତ ୩୮ଟି କ୍ୟାବିନେଟ୍‌ ବୈଠକ ହୋଇସାରିଛି। ସେଥିରେ ସୁଭଦ୍ରା ଯୋଜନା, ଚାଷୀଙ୍କ ପାଇଁ ସହାୟତା ଓ ବୃଦ୍ଧମାନଙ୍କ ପାଇଁ ଭତ୍ତା ଭଳି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here