ଦିଲ୍ଲୀରେ ଜଣେ IRS ଅଫିସରଙ୍କ ଘରେ ଝିଅକୁ ହତ୍ୟା କରାଯାଇଛି । ହତ୍ୟା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ମଧ୍ୟ ହୋଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ଅମର କଲୋନୀରେ ଏହି ଘଟଣା ଘଟିଛି ।ଘରର ସହାୟକ ଉପରେ ପୋଲିସ ସନ୍ଦେହ ପ୍ରକାଶ କରିଛି । କାରଣ ସହାୟକକୁ ନିକଟରେ କାମରୁ ହଟାଇ ଦେଇଥିଲେ IRS ଅଧିକାରୀ । ପୋଲିସର ସୂଚନା ଅନୁଯାୟୀ, ସନ୍ଦିଗ୍ଧ ପରିସ୍ଥିତିରେ ପରିବାର ଲୋକେ ଝିଅର ମୃତ ଦେହ ଘର ଭିତରେ ପଡିଥିବା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ତୁରନ୍ତ ଗୋଟିଏ ପୋଲିସ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ତଣ୍ଟି ଚିପିବା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି । ମୃତକଙ୍କ ବୟସ ପ୍ରାୟ ୨୧ ବର୍ଷ ହେବ । ପରିଜନଙ୍କ କହିବା କଥା ଘଟଣା ସମୟରେ ଯୁବତୀ ଏକାକୀ ଘରେ ଥିଲେ । ପୋଲିସ ପ୍ରାଥମିକ ତଦନ୍ତରେ ସହାୟକ ଉପରେ ସନ୍ଦେହ କରୁଛି । କାରଣ ସହାୟକକୁ ପ୍ରାୟ ଏକ ମାସ ପୂର୍ବେ କାମରୁ ବାହାର କରି ଦିଆଯାଇଥିଲା । ଏବେ ସେ ଫେରାର ଥିବା କୁହାଯାଉଛି । ପୋଲିସ କେସ୍ ରୁଜୁ କରି ତଦନ୍ତ କରୁଅଛି ।

LEAVE A REPLY

Please enter your comment!
Please enter your name here