ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତିକ ମାସର ପଞ୍ଚୁକ ବ୍ରତ | ପବିତ୍ର କାର୍ତ୍ତିକ ବ୍ରତର ଶେଷ ପାଞ୍ଚଦିନ ହବିଷ୍ୟାଳିଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି | ପଞ୍ଚୁକର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବ୍ୟାପକ ସମାଗମ ହୋଇଛି | ଭୋର ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି | ପଞ୍ଚୁକର ପ୍ରଥମ ଦିନରେ ଆଜି ଶ୍ରୀଜିଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଛନ୍ତି | ପଂଚୁକ ୫ଦିନ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି | ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି | ସେପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି | ୧୦୦ ଅଫିସରଙ୍କ ସହିତ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି | ସେହିପରି ପଞ୍ଚୁକ ପାଇଁ ଆଠଗଡ଼ ଧବଳେଶ୍ୱର ପୀଠରେ ବି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି | ଭୋର ୩ଟାରୁ ପହଡ଼ ଖୋଲାଯାଇ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଦ୍ୱାର ଖୋଲାଯାଇଛି | ପୋଲିସ ଫୋର୍ସ ସହ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି |

LEAVE A REPLY

Please enter your comment!
Please enter your name here