ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଏପ୍ରିଲ ୨୭ରୁ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣ ହୋଇଛି। ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଆଗରେ ରଖି ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ଖରା ଛୁଟିକୁ ଆଗୁଆ ଘୋଷଣା କରିଛନ୍ତି । ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରି ସରକାର ଏହି ଘୋଷଣା କରିଛନ୍ତି। ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ୁଥିବାରୁ ସ୍କୁଲକୁ ଯାଉଥିବା ପିଲାମାନଙ୍କ ମଧ୍ୟରେ ହିଟ୍‌ଷ୍ଟ୍ରୋକ୍‌, ଡିହାଇଡ୍ରେସନ୍‌ ଭଳି ସମସ୍ୟାର ଆଶଙ୍କା ବଢ଼ିଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏଥର ଆଗୁଆ ବନ୍ଦ ରହିବ। ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷାଗୁଡ଼ିକ ଯଥାପୂର୍ବକ ହେବ। ସେହିପରି ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ସରକାରୀ କାମ ମଧ୍ୟ ଜାରି ରହିବ।

LEAVE A REPLY

Please enter your comment!
Please enter your name here