ବାବୁ ବାଇଶି ପାହାଚରେ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବାକୁ ଯାଇଥିଲେ । ମାତ୍ର ପିତୃ ପୁରୁଷ ସନ୍ତୁଷ୍ଟ ହେବେ କ’ଣ, ପିଣ୍ଡଦାନ ପରେ ବାବୁଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଲା । ଶ୍ରୀମନ୍ଦିର ପରିସରରେ ନିଜ କ୍ଷମତା ବଳରେ ସେଲ୍ଫି ନେବାର ନିଶା ପାଇଁ ବାବୁଙ୍କ ଉପରେ ପିତୃପୁରୁଷ ଖୁସି ହେଲେନି । ଆମେ ଏ ବାବୁଙ୍କ ବିଷୟରେ ଖବର ସକାଳେ ପ୍ରସାରଣ କରିଥିଲୁ । କିନ୍ତୁ ଅପରାହ୍ନ ବେଳକୁ ବାବୁଙ୍କ ଚାକିରୀ ନଥିଲା ।
ଏ ବାବୁ ହେଉଛନ୍ତି ପୁରୀ ସମୁଦ୍ରକୂଳ ଥାନା ଏସଆଇ ଦିଲ୍ଲୀପ ପଣ୍ଡା । ବାଇଶି ପାହାଚରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ଦେବାପରେ ନିଜର କିଛି ସେଲ୍ଫି ଉଠାଇଥିଲେ । ସେତିକିରେ ମନ ସନ୍ତୁଷ୍ଟ ହେଲାନି ଯେ, ସୋସିଆଲ ମିଡିଆରେ ସେଲ୍ଫି ଫଟୋ ଛାଡିଦେଇଥିଲେ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବାବେଳେ ବାବୁ ମୋବାଇଲ ନେଇ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଛାଡିବାର ଦୁଃସାହାସ କଲେ କେମିତି?

LEAVE A REPLY

Please enter your comment!
Please enter your name here