ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ନିଜକୁ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ର ଅଧିକାରୀ ବୋଲି ପରିଚୟ ଦେଇ ପୋଲିସ କାର୍ଯ୍ୟରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି।ଉକ୍ତ ବ୍ୟକ୍ତି ଜଣକ ଖାରବେଳ ନଗର ଥାନାକୁ ଯାଇ ନିଜର ଜଣେ ମହିଳା ବନ୍ଧୁଙ୍କ ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଉପରେ ଚାପ ପକାଇଥିଲେ। ଏହି ସମୟରେ ସେ ନିଜକୁ NIA ଅଧିକାରୀ ବୋଲି କହି ଏକ ନକଲି ପରିଚୟ ପତ୍ର ଦେଖାଇଥିଲେ।ସେ ଆସିଥିବା ଗାଡ଼ିରେ ମଧ୍ୟ ଭାରତ ସରକାର ଓ ଗୃହ ମନ୍ତ୍ରଣାଳୟର ଷ୍ଟିକର ଲାଗିଥିଲା, ଯାହା ଦେଖି ପ୍ରଥମେ ସନ୍ଦେହ ହୋଇନଥିଲା। ତେବେ ତାଙ୍କର ବ୍ୟବହାର ସନ୍ଦେହଜନକ ଲାଗିବାରୁ ପୋଲିସ NIA କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲା। ସେଠାରୁ ସେ NIA ର କର୍ମଚାରୀ ନୁହଁନ୍ତି ବୋଲି ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି।ପୋଲିସ ତାଙ୍କଠାରୁ ନକଲି ପରିଚୟ ପତ୍ର, ଅନ୍ୟାନ୍ୟ ଜାଲ କାଗଜପତ୍ର ଏବଂ ତାଙ୍କ ଗାଡ଼ିକୁ ଜବତ କରିଛି। ସେ ଏହିପରି ଭାବେ ଅନ୍ୟମାନଙ୍କୁ ଠକି ଆର୍ଥିକ ଫାଇଦା ନେଉଥିବା ସନ୍ଦେହ କରାଯାଉଛି ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here