ଭୁବନେଶ୍ୱର:ରାଜ୍ୟରେ ୬ ମାସ ପାଇଁ ବିଦ୍ୟୁତ୍ ସେବାରେ ଧର୍ମଘଟକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର । ଶକ୍ତି ସଙ୍କଟ ଥିବାରୁ କର୍ମଚାରୀ, ଯନ୍ତ୍ରୀମାନେ କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ ।୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ କଲେ ସରକାର । ରାଜ୍ୟରେ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ୬ ମାସ ପାଇଁ ଏସମା ଲାଗୁ କରିଛନ୍ତି । ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଲାଗୁ ହୋଇଛି ଏହି ଏସମା ଆଇନ୍ ।
ଶକ୍ତି କ୍ଷେତ୍ର ସହ ଜଡ଼ିତ ସଂସ୍ଥା ଗୁଡ଼ିକରେ ଲାଗୁ ହେଲା ଏସମା । ଗ୍ରୀଡକୋ, OPTCL, OHPC, OPGC, TPCODL, TPNODL, TPSODL, TPWODL ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସଂଗଠନ ଅଧୀନରେ ଥିବା ସମସ୍ତ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ ଏହି ଆଇନ୍ ।ସାରା ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଉତ୍ପାଦନ, ପରିବହନ ଏବଂ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ, ୧୯୮୮ ଅନୁଯାୟୀ ଏହି ଆଦେଶ ଜାରି କରାଯାଇଛି । ଗୃହ ବିଭାଗର ବିଶେଷ ଶାଖା ପକ୍ଷରୁ ଏହି ନିର୍ଦେଶ ଜାରି କରାଯାଇଛି । ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ଏସମା ।

LEAVE A REPLY

Please enter your comment!
Please enter your name here