ଚଣ୍ଡିଗଡ:ଶୁକ୍ରବାର ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଗୁଜରାଟ ।ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୨୧୫ ରନ୍ର ଏକ ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ଓପନର ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ ଏହି ମୁସ୍କିଲ୍ ଲକ୍ଷ୍ୟକୁ ସହଜ କରିଦେଇଥିଲା। ଗୁଜରାଟ ମାତ୍ର ୧୮.୪ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲା।ଅଧିନାୟକ ଗିଲ୍ ମାତ୍ର ୫୩ଟି ବଲ୍ରେ ୧୦୪ ରନ୍ର ଏକ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ। ସୁଦର୍ଶନ ୩୨ଟି ବଲ୍ରେ ୫୮ ରନ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ, ହେଲେ ସେ ଦୁର୍ଭାଗ୍ୟବଶତଃ ‘ହିଟ୍ ୱିକେଟ୍’ ହୋଇ ଆଉଟ୍ ହୋଇଥିଲେ।ଦୁହେଁ ପ୍ରଥମ ଉଇକେଟ ପାଇଁ ୧୬୦ ରନ୍ ଯୋଡ଼ିଥିଲେ, ଯାହା ଆଇପିଏଲ୍ ଇତିହାସରେ ପ୍ଲେ-ଅଫ୍ ମ୍ୟାଚ୍ରେ ଯେକୌଣସି ଉଇକେଟ ପାଇଁ ସବୁଠାରୁ ବଡ଼ ପାର୍ଟନରସିପ୍। ଆସନ୍ତା ୩୧ ମେ, ୨୦୨୬ (ରବିବାର) ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମହାଲଢ଼େଇରେ ଗୁଜରାଟର ସାମ୍ନା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ସହ ହେବ l

