ଭୁବନେଶ୍ୱର: ବାଲିଅନ୍ତା ବର୍ବରତା ଘଟଣାରେ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପରିବାର। ସୌମ୍ୟଙ୍କ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରି ଆଜି ରାଜଧାନୀର ଲୋୟର ପିଏମଜି ଠାରେ ସୌମ୍ୟଙ୍କ ମାଆ, ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଏକ ଅଭିନବ ପ୍ରତିବାଦ କରି ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦୁଇ ଯୁବତୀଙ୍କ ଗାଡ଼ିକୁ ସୌମ୍ୟଙ୍କ ବାଇକ୍ ଧକ୍କା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୋଲିସ୍‌ଙ୍କ ଉପସ୍ଥିତିରେ ହିଁ ସୌମ୍ୟରଞ୍ଜନଙ୍କୁ ଗଣହିଂସାର ଶିକାର ହେବାକୁ ପଡ଼ିଥିଲା। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣାର ପୋଲିସ ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ବେଳେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନଥିବାରୁ ପରିବାର ପକ୍ଷରୁ ଏହି ପ୍ରତିବାଦ କରାଯାଇଛି।

LEAVE A REPLY

Please enter your comment!
Please enter your name here