୪୮ ଦିନ ଧାରଣା ପରେ ଗୁହାରି ଶୁଣିଲେ ସରକାର । ଅଙ୍ଗନବାଡି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ଦରମା ୪୧୨୫ ରୁ ୫୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନବାଡି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦରମା ଗତ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ। ଅଙ୍ଗନବାଡି କର୍ମୀଙ୍କ ଅବସର ବୟସ ସୀମା ୬୨କୁ ବୃଦ୍ଧି କରାଯାଇଥିବା ବେଳେ ୧୫ ଦିନ ଖରାଛୁଟି ଘୋଷଣା କରିଛନ୍ତି ସରକାର । ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ଅବସର ପରେ ଆର୍ଥିକ ସହାୟତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଙ୍ଗନବାଡି କର୍ମୀଙ୍କୁ ୨୫ ହଜାର ଟଙ୍କା, ମିନି ଅଙ୍ଗନବାଡି କର୍ମୀଙ୍କୁ ୧୫ ହଜାର ଏବଂ ହେଲପରଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ।

LEAVE A REPLY

Please enter your comment!
Please enter your name here