ନଭେମ୍ବର 27 ତାରିଖରେ କଳିଙ୍ଗବ ଷ୍ଟାଡିୟମରେ ହେବାକୁ ଯାଉଛି ମେନ୍ସ ହକି ବିଶ୍ୱ କପ୍. ଏଥିପାଇଁ ଓଡିଶା ଆସିବେ ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍. ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ ହେବାକୁ ଥିବା ମେନ୍ସ ହକି ବିଶ୍ୱ କପ୍ ରେ ଶାହାରୁଖଙ୍କୁ ଯୋଗଦେବା ପାଇଁ ଟ୍ୱିଟ୍ ଜରିଆରେ ନିମନ୍ତ୍ରଣ ଦେଇଥିଲେ. ତେବେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଶାହାରୁଖ୍ ଓଡିଶା ଆସି ଏହି ମେଗା ଇଭେଣ୍ଟରେ ଯୋଗ ଦେବେ ବୋଲି ନିଷ୍ପତି ନେଇଛନ୍ତି. ଶାହାରୁଖଙ୍କ ଓଡିଶା ଆସିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପୂର୍ବରୁ ଟ୍ୱିଟ୍ କରିଥିଲେ. ତେବେ ବର୍ତ୍ତମାନ ଶାହାରୁଖ୍ ମେନ୍ସ ହକି ବିଶ୍ୱ କପ୍ ର ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି.

LEAVE A REPLY

Please enter your comment!
Please enter your name here