ପୁରୀ :ଗତକାଲି(ଶନିବାର) ଓମକାରେଶ୍ବର ମନ୍ଦିର ନିକଟରେ ହୋଇଛି ଏନକାଉଣ୍ଟର ।ପୁରୀ ବାସେଳୀ ସାହି ଥାନା ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାକୁ କରିଛି ଏନକାଉଣ୍ଟର ।ଚନ୍ଦନର ଡାହାଣ ପଟ ଗୋଡ଼ରେ ବାଜିଛି ଗୁଳି । ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଚନ୍ଦନ ଘର ହେଉଛି କୋଣାର୍କ ହାଟ ଦଣ୍ଡା ଅଞ୍ଚଳରେ । ଅଭିଯୁକ୍ତ ନାଁରେ ରହିଛି ଏକାଧିକ ମାମଲା ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଜେନା ଚୋରା ବନ୍ଧୁକ କାରବାର କରେ । ଏହି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପୋଲିସ ତାଗିଦ୍ କରିଥିଲା । ହେଲେ ପୋଲିସକୁ ବେଖାତିର କରିଥିଲା ଚନ୍ଦନ । ତେବେ ଓମକାରେଶ୍ବର ମନ୍ଦିର ନିକଟରେ ଚନ୍ଦନ ଥିବା ପୁରୀ ବାସେଳି ସାହି ଥାନା ପୋଲିସ ଜାଣିବା ପରେ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା ।ତେବେ ଚନ୍ଦନକୁ ଧରିବା ବେଳେ ଚନ୍ଦନ ଖସିଯିବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି କରିଥିଲା । ପୋଲିସ ନିଜର ସୁରକ୍ଷା ପାଇଁ ଚନ୍ଦନ ଜେନାକୁ ଏନକାଉଣ୍ଟର କରିଥିଲା । ପୁରୀରେ ଅପରାଧୀଙ୍କ ବିରୁଦ୍ଧ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ।

LEAVE A REPLY

Please enter your comment!
Please enter your name here