ଗିଲଏ ହେଉଛି ଏକ ବହୁବର୍ଷିୟ ଲତା ଏବଂ ଏଥିରେ ଭରିରହିଛି ବହୁ ଓୌଷଧୀୟ ଗୁଣ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ. ଏହି ଲତାର ପତ୍ର ପାନ ପତ୍ର ପରି ଦେଖିବାକୁ ଥିବା ବେଳେ ଆୟୁର୍ବେଦ ସାହିତ୍ୟରେ ଏହାକୁ ଜ୍ୱରର ମହାନ ଓୌଷଧି ରୂପେ ମନାଯାଇଛି. ତେବେ ଏହି ଲତାକୁ ଜଙ୍ଗଲ, କ୍ଷେତ ଓ ପାହାଡ ଚଟାଣରେ ଦେଖିବାକୁ ମିଳେ. ଏହାକୁ ବାଦ୍ ଦେଲେ ଏହି ଲତାକୁ ନିମ୍ବ ଗଛ ଓ ଆମ୍ବ ଗଛ ପାଖରେ ମଧ୍ୟ ଦେଖିବାକୁ ମିଳେ. ତେବେ ଏହି ଲତା ଯେଉଁ ଗଛ ପାଖରେ ଉଠିଥାଏ, ସେହି ଗଛର ଗୁଣ ମଧ୍ୟ ଏହି ଲତା ସହିତ ସମାହିତ ହୋଇଥାଏ.  ଏହି ପତ୍ରରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍ ଓ ଫସଫରସ୍ ରହିଥାଏ ଯାହା ବାତ ଓ କଫ ଭଳି ରୋଗରୁ ମୁକ୍ତ କରିଥାଏ. ଏହାଛଡା ଗିଲଏ ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ. ଏହା ଛଡା ଏଥିରେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଭାଇରାଲ୍ ଭଳି ତତ୍ତ୍ୱ ଭରି ରହିଥାଏ ଯାହାକୁ ଖାଇବା ଦ୍ୱାରା ଡେଙ୍ଗୁ ଭଳି ମାରାତ୍ମକ ରୋଗ ଭଲ ହେବା ସହ ଦୃଷ୍ଟିଶକ୍ତିକୁ ମଧ୍ୟ ବଢିଥାଏ.

 

LEAVE A REPLY

Please enter your comment!
Please enter your name here