ନୂଆଦିଲ୍ଲୀ:ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ନିକଟରେ ଆମେରିକାର ଏକ ଅପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଆମେରିକୀୟ ସେନା ପକ୍ଷରୁ ଇରାନର ଦକ୍ଷିଣାଞ୍ଚଳରେ ଥିବା ଏକାଧିକ ରଣନୈତିକ ସାମରିକ ଘାଟି ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ଏହାର ଜବାବରେ ଇରାନ ମଧ୍ୟ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ସେନାଘାଟିଗୁଡ଼ିକୁ ମିସାଇଲ ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିବା ଦାବି କରିଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣା ପାଇଁ ଇରାନକୁ ସିଧାସଳଖ ଦାୟୀ କରିବା ସହ ଦୃଢ଼ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ବା ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ହରମୁଜ୍ ପ୍ରଣାଳୀ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ହେଲିକପ୍ଟରକୁ ଇରାନ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏହାର ଜବାବରେ ଆମେରିକା ବାୟୁସେନା ଏବଂ ନୌସେନାର ଯୁଦ୍ଧବିମାନଗୁଡ଼ିକ ଇରାନର ବନ୍ଦର ଅବ୍ବାସ, ସିରିକ୍, ଜାସ୍କ ଏବଂ କେଶମ ଦ୍ୱୀପ ଅଞ୍ଚଳରେ ଥିବା ଏୟାର ଡିଫେନ୍ସ ବ୍ୟବସ୍ଥା ଓ ସର୍ଭେଲାନ୍ସ ରାଡାର କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଦେଇଛନ୍ତି।ଅନ୍ୟପକ୍ଷରେ ଆମେରିକାର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ଇରାନର ସାମରିକ ସଂଗଠନ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇଆରଜିସି ପକ୍ଷରୁ ପାଲଟା ପ୍ରତିଶୋଧ ନିଆଯାଇଛି। ଇରାନ ଦାବି କରିଛି ଯେ ସେମାନେ ବାହାରିନରେ ଥିବା ଆମେରିକା ନୌସେନାର ପଞ୍ଚମ ସ୍ଥଳସେନା ବା ଫିଫ୍ଥ ଫ୍ଲିଟର ମୁଖ୍ୟ କାର୍ଯ୍ୟାଳୟ, ଜର୍ଡାନର ଅଲ ଅଜରାକ ବେସ୍ ଏବଂ କୁଏତର ଅଲ ସାଲେମ ସେନାଘାଟି ସମେତ ପ୍ରାୟ ୨୧ଟି ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଶାହେଦ ୧୩୬ ଡ୍ରୋନ ଏବଂ ମିସାଇଲ ମାଡ଼ କରିଛନ୍ତି। ଜର୍ଡାନ ସେନାଘାଟିରେ ଥିବା ଆମେରିକାର ଏଫ ୩୫ ଯୁଦ୍ଧବିମାନର ହ୍ୟାଙ୍ଗରକୁ ସେମାନେ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିବା ଇରାନର ସରକାରୀ ଗଣମାଧ୍ୟମରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here