ଚାରିମାସ ପରେ ପୁଣି ସଂସଦକୁ ଫେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମୋଦି ସରନେମ୍ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା । ଗତ ମାର୍ଚ୍ଚ 24 ତାରିଖରେ ସାଂସଦ ପଦ ରଦ୍ଦ ହେବା ପରେ ତୋଗଲକ ଲେନ୍ ସ୍ଥିତ ସରକାରୀ ବାସଭବନ ଛାଡିବାକୁ ପଡିଥିଲା । ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପରେ ରାହୁଲ ସଂସଦକୁ ଫେରିଥିବାରୁ କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ‘ଇଣ୍ଡିଆ’ ଗୋଷ୍ଠୀ ତାଙ୍କୁ ସ୍ବାଗତ କରିଛନ୍ତି । ତେବେ ରାହୁଲ ସଂସଦକୁ ଫେରିଥିବାରୁ ଏଥିରେ ଖୁସି ମନେଇବାର କିଛି ଆବଶ୍ୟକ ନାହିଁ ବୋଲି ବିଜେପି କହିଛି । କାରଣ ରାହୁଲ ଏପର୍ଯ୍ୟନ୍ତ ଦୋଷମୁକ୍ତ ହୋଇନାହାଁନ୍ତି । ସୁପ୍ରିମକୋର୍ଟ କେବଳ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛି । ତେବେ ରାହୁଲ ସଂସଦକୁ ଫେରିଥିବାରୁ ବିରୋଧୀ ଅଧିକ ଉତ୍ସାହିତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here