ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ଚଣ୍ଡୀପୁର ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ଼ ଘଟଣାରେ ବନ୍ତ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଗାଁ ରେ ଚଢାଉ କରିଛି । ଗାଁରେ ଚଢାଉ କରି ଅଭିଯୁକ୍ତଙ୍କ ଘରର ମିଟର, ତାର ଜବତ କରିବା ସହ ଘରେ ଲଟକା ଲଗାଇଛି। ଆଗାମୀ ସମୟରେ ଅଭିଯୁକ୍ତଙ୍କୁ ବିଦ୍ୟୁତ୍ ସଂଯୋଗ ନ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସୂଚନାମୁତାବକ, ହୁକ ପକାଇବେଆଇନ ଭାବେ ବିଜୁଳି ନେଉଥିବାବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲା। କିନ୍ତୁ ଏହି ସମୟରେ ଟିମକୁ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ବିଦ୍ୟୁତ୍ ବିଭାଗ ତରଫରୁ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲା । ଏତଲାରେ କୁହାଯାଇଛି ଯେ, ଅବଦୁଲ ହସିମ ପୂର୍ବରୁ ହୁକ ପକାଇ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନେଇ ପୂର୍ବରୁ ଦୁଇ ଥର ଫାଇନ ହେବା ପରେ ମଧ୍ୟ ପୁଣି ହୁକ ପକାଇ ବିଦ୍ୟୁତ୍ ସଂଯୋଗ ନେଇଥିଲେ। ତେବେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲା। କିନ୍ତୁ ଏହି ସମୟରେ ପରିବାର ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ।












