ତାମିଲନାଡୁର ତ୍ରିଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି. ଘଟଣାକ୍ରମେ ରାତି 1.30ରେ ତ୍ରିଚିରୁ ଦୁବାଇ ଅଭିମୁଖେ 136 ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଭାଗ୍ୟବଶତଃ ବିମାନ ପରିସରରେ ଥିବା କାନ୍ଥକୁ ଧକ୍କା ଦେଇଥିଲା. ଟେକ୍-ଅଫ୍ ସମୟରେ ବିମାନର ଚକ ତଳେ ଲାଗିଯାଇଥିଲା. ଫଳରେ ବିମାନକୁ ଏଭଳି ଏକ ଦୁର୍ଘଟଣାର ସାମ୍ନା କରିବାକୁ ପଡିଥିଲା. ଫଳରେ ଏହାର ରୁଟ ପରିବର୍ତ୍ତନ କରାଯାଇ ମୁମ୍ବାଇରେ ଏହାକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା.  ବିମାନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ୍ ପରେ ବିମାନର ତଳ ପଟ ବେଶି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି. ଅଦିକାରୀଙ୍କ ସୂଚନା ମୁତାବକ, ଘଟଣା ଘଟିଲା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ପାଇଲଟଙ୍କ ସଂପର୍କ ବିଚ୍ଛିନ୍ନ ହୋଇଥିଲା. ଫଳରେ ବିମାନଟି 4 ଘଣ୍ଟା ବିଳମ୍ବରେ ମୁମ୍ବାଇରେ ଅବତରଣ କରିଥିଲା. ଏହି ଘଟଣା ପରେ ପାଇଲଟ୍ ଓ କୋ-ପାଇଲଟ୍ ଙ୍କୁ ନିଲମ୍ବିତ କରାଯାଇଛି. ତେବେ ଖୁସିର କଥା ଏହା ଯେ, ଏଥିରେ ଥିବା ସମସ୍ତ 136 ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି. ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି ଯେ, ଏହି ଘଟଣାଟି ଟେକ୍ନିକାଲ ଅସୁବିଧାରୁ ହୋଇଛି ନା ପାଇଲଟଙ୍କ ଭୁଲ ପାଇଁ ହୋଇଛି.

LEAVE A REPLY

Please enter your comment!
Please enter your name here