ତିତଲି ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଫେରିବା ପରେ ସେ ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି ସୁଚନା ମିଳିଛି ।
ଅନ୍ୟପଟେ ଦୁର୍ଗମ ଅଞ୍ଚଳକୁ ହେଲିକପ୍ଟର ଯୋଗେ ରିଲିଫ ପଠାଯାଉଛି । ଏବଂ ଆସନ୍ତା ୭ ଦିନ ରିଲିଫ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ । ବନ୍ୟାରେ ପ୍ରଭାବିତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଶନିବାର ଆକାଶମାର୍ଗରୁ ରିଲିଫ ସାମଗ୍ରୀ ବଣ୍ଟନ ପକ୍ରିୟା ଆରମ୍ଭ ହୋଇଛି । ଦୁଇଟି ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ରିଲିଫ ବଣ୍ଟନ କରାଯାଉଛି । ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ହେଲିକପ୍ଟରରେ ରିଲିଫ ସାମଗ୍ରୀ ନିଆଯାଇଥିଲା । ଯେଉଁ ଅଂଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି ସେହି ଅଂଚଳକୁ ମଧ୍ୟ ଆକାଶ ମାର୍ଗରୁ ରିଲିଫ୍ ପୁଡିଆ ପକାଯିବ । ପ୍ରତି ପୁଡିଆରେ ୩କେଜି ଓଜନର ଚୁଡା, ଅଧା କେଜି ଓଜନର ଗୁଡ, କ୍ୟାଣ୍ଡେଲ ଓ ଦିଆସିଲ୍ ରହିବ ।

ମୁଖ୍ୟମନ୍ତ୍ରୀ 10.40 ରୁ ଏୟାରପୋର୍ଟରୁ ବାହାରି ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ . ଏହାକୁ ବାଦ୍ ଦେଲେ ବିଶେଷ ରୂପେ କ୍ଷତି ଗ୍ରସ୍ତ ହୋଇଥିବା ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ଅର୍ଥମନ୍ତ୍ରୀ ଶଷୀଭୂଷଣ ବେହେରା ଏବଂ ସୂଚିତ ଓ ଅନୁଚୂଚିତ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲା ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି. କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାର ଲୋକମାନଙ୍କୁ କିପରି ସୁରକ୍ଷା ଦିଆଯିବ ଓ କିପରି ସେମାନଙ୍କୁ ରିଲିଫ୍ ଯୋଗାଇଦିଆଯିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି.

ଅନ୍ୟପଟେ ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଜଳସମ୍ପଦ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଅାନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଂଜନ ପୂଜାରୀ ଓ ସୁଶାନ୍ତ ସିଂ ଗଂଜାମ, ଗଜପତି ଓ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ବିଶେଷ କରି ରିଲିଫ ଓ ପୁନଃରୁଦ୍ଧାର କାମର ତଦାରଖ କରିବ ଏହି ଅାନ୍ତଃମନ୍ତ୍ରୀ ସ୍ତରୀୟ କମିଟି ।

 

LEAVE A REPLY

Please enter your comment!
Please enter your name here