ଯୌନ ଉତ୍ପୀଡନ ମାମଲା ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଲିଉଡ୍ ଓ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି. ତେବେ ଏହା ଉପରେ ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ  ନେଇ ଏକ କମିଟି ଗଠନ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ. ସେ କହିଛନ୍ତି, ‘ସବୁ ମାମଲା ପଛରେ ଥିବା ଦୁଃଖ ଓ ଆଘାତକୁ ମୁଁ ବିଶ୍ୱାସ କରେ. ଯୌନ ପୀଡିତାଙ୍କୁ ନେଇ ଆମେ ଏକ ସମୂହ ଗଠନ କରିଛୁ, ଯେଉଁଥିରେ ସେମାନେ ଏହି ମାମଲାରେ କି ପଦକ୍ଷେପ ନେବେ, ସେସଂକ୍ରାନ୍ତରେ ପରାମର୍ଶ ଦିଆଯିବ’. ନିକଟରେ ଏସିଆନ ଏଜର ପୂର୍ବତନ ମୁଖ୍ୟ ସଂପାଦକ ତଥା କେନ୍ଦ୍ର ମନ୍ତ୍ରୀ ଏମ.ଜେ. ଆକବରଙ୍କ ଉପରେ ଯୌନ ଉତ୍ପୀଡନର ଆରୋପ ଲଗାଯାଇଛି. ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିରୋଧରେ ଆସୁଥିବା ଏଭଳି ଅଭିଯୋଗର ତଦନ୍ତ ଭଲ ଭାବରେ ହେବା ଦରକାର ବୋଲି ସେ କହିଛନ୍ତି.  ଏସବୁ ମାମଲାରେ ପୁରୁଷମାନେ ସବୁବେଳେ ପ୍ରଭାବଶାଳୀ ଥାନ୍ତି ଓ ଅତି ସହଜରେ ଗୋଟିଏ ନାରୀକୁ ଅକଥନୀୟ ନିର୍ଯାତନା ଦେଇଥାନ୍ତି. ମାତ୍ର ଏବେ ନାରୀମାନେ କଥା କହିବା ଆରମ୍ଭ କରିଦେଲେଣି ଏବଂ ଆମକୁ ଏହି ମାମଲାକୁ ଗମ୍ଭୀରତାର ସହ ନେବା ଉଚିତ୍ ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି. ଏହାପରେ ଯଦି ଜଣେ 10-15 ବର୍ଷ ପରେ ଏହି ମାମଲା ଉପରେ ଅଭିଯୋଗ ଆଣୁଛି, ତାହାଲେ ସେହି ସମୟରେ ମଧ୍ୟ ଏହା ଗ୍ରହଣଯୋଗ୍ୟ. ଏ ସବୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଦରକାର ନାହିଁ ବୋଲି ଶ୍ରୀମତି ଗାନ୍ଧୀ କହିଛନ୍ତି.

 

LEAVE A REPLY

Please enter your comment!
Please enter your name here