ଦୀର୍ଘ ୫୯ ଦିନ ପରେ ଆନ୍ଦୋଳନରୁ ଓହରିଛି ସ୍କୁଲ କଲେଜ କର୍ମଚାରୀ ମିଳିତ ମଂଚ । ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସରକାର କିଛି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବାରୁ ସଂଘ ଆନ୍ଦୋଳନରୁ ଓହରିଛି. ଶନିବାର ଦିନ ମିଳିତ ମଂଚର ବସିଥିବା ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଯଦି ଦାବି ପୂରଣ ନ ହୁଏ ତେବେ ଡିସେମ୍ବର ପହିଲାରୁ ପୁଣି ମଂଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ନିଜର ଦାବି ନେଇ ଖରା ବର୍ଷା ସହି ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପ୍ରଥମେ ଅପ୍ରେଲରେ ପରୀକ୍ଷା ଖାତା ମୂଲ୍ୟାୟନକୁ ବର୍ଜନ କରିବା ସହିତ ଧାରଣରେ ବସିଥିଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ତିନି ମାସରେ ଦାବି ପୂରଣ କରିବେ । କିନ୍ତୁ ସରକାର ପ୍ରତିଶ୍ରୁତି ନ ରକ୍ଷା କରିବାରୁ ପୁଣିଥରେ ଅଗଷ୍ଟ ୧୬ ତାରିଖରୁ ମିଳିତ ମଂଚ ଆନ୍ଦୋଳନକୁ ଓହ୍ଲାଇଥିଲା । ପ୍ରଥମେ ଲୋୟର୍‌ ପିଏମ୍‌ଜି କାର୍ଯ୍ୟବନ୍ଦ କରି ଧାରଣା ଦେଇଥିଲେ । ଏହା ପରେ କଳାବ୍ୟାଜ୍ ପିନ୍ଧି ଶିକ୍ଷା ଦାନ କରିଥିଲେ ।  ଏଥିପାଇଁ ପାଞ୍ଚ ପାଞ୍ଚ ଥର ବୈଠକ ବସିଥିଲା । କିନ୍ତୁ କୌଣସି ବିକଳ୍ପ ବାହାରି ପାରି ନ ଥିଲା ।

ଶେଷରେ  ଶୁକ୍ରବାର ମଞ୍ଚର  ସଦସ୍ୟ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ହୋଇଥିଲା । ଯେଉଁଥିରେ ବକେୟା ଦରମା, ଗତ ଅଗଷ୍ଟ ମାସର ଦରମା, ୨୭ ଦିନର କାର୍ଯ୍ୟ ଦିବସକୁ ଗଣନା ଓ ୭ମ ବେତନ କମିଶନ ଲାଗୁ କରିବାକୁ ପ୍ରତିଶ୍ରୁତି ମିଳିଥିଲା ।

LEAVE A REPLY

Please enter your comment!
Please enter your name here