ବନ୍ୟା ଓ ବାତ୍ୟାରେ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାର ଲୋକମାନଙ୍କୁ 200 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବା ପାଇଁ ଭାରତୀୟ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ୍) ନିଷ୍ପତି ନେଇଛି. ରିପୋର୍ଟ ଅନୁସାରେ, କଠିନ ପରିସ୍ଥିତି ଭିତରେ ଗତି କରୁଥିବା ସେହି ଜିଲ୍ଲାର ଲୋକମାନଙ୍କ ଦୁଃଖକୁ କମ୍ କରିବା ପାଇଁ ଅଏଲ୍ ମାର୍କେଟିଂ କମ୍ପାନୀ (ଓଏମସି) ରବିବାରଦିନ ଉଜ୍ଜଳା ଯୋଜନାରେ 200 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଓ ଏପିଏଲ୍ ପରିବାରକୁ 1200 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବା ପାଇଁ ଘୋଷଣା କରିଛି. ପେଟ୍ରୋଲିୟମ୍ ଓ ଗ୍ୟାସ୍ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ସହାୟତା ଦିଆଯାଉଛି. ବର୍ତ୍ତମାନ ଗ୍ୟାସ ସିଲିଣ୍ଡର ବିତରଣ ପାଇଁ ଦୂର ଅଞ୍ଚଳର ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଓଏମସି ପକ୍ଷରୁ ବିଶେଷ ଧରଣର ଶିବିର ମଧ୍ୟ ଆୟୋଜନ କରାଯିବ.













