ସୋସିଆଲ ମିଡିଆରେ ଚାଲୁଥିବା #Metoo ମୁଭମେଣ୍ଟ ବଲିଉଡ୍ ସହ ସାମ୍ବାଦିକଙ୍କୁ ମଧ୍ୟ ନିଜ ଅକ୍ତିଆର ଭିତରକୁ ଟାଣିନେଇଛି. #Metoo ଅଭିଯାନରେ ଯୋଡି ହୋଇଯାଇଛି ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ନାଁ. ତେବେ ବିନୋଦଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି ଫିଲ୍ମ ମେକର୍ ନିଷ୍ଠା ଜୈନ ଓ ଜଣେ ସାମ୍ବାଦିକ. ଏହାକୁ ନେଇ ବିନୋଦଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଏହି ଘଟଣା ଉପରେ ତାଙ୍କ ଝିଅ ମଲ୍ଲିକା ଦୁଆ ନିଜର ରାୟ ପ୍ରକାଶ କରିଛନ୍ତି. ଏହି ଘଟଣାରେ ଯଦି ତାଙ୍କ ପିତା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହାଲେ ଏହା ତାଙ୍କ ପାଇଁ ଅସ୍ୱୀକାର୍ଯ୍ୟ ଓ କଷ୍ଟଦାୟକ ହେବ ବୋଲି ମଲ୍ଲିକା କହିଛନ୍ତି. ମହିଳା ସାମ୍ବାଦିକ ଜଣକ ମଲ୍ଲିକାଙ୍କୁ କହିଛନ୍ତି- ‘ସରି ମଲ୍ଲିକା, ହେଲେ ତୁମ ବାପା ହେଉଛନ୍ତି ଏମିତି’. #Metoo ମୁଭମେଣ୍ଟରେ ବିନୋଦଙ୍କ ନା ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ ଝିଅ ମଲ୍ଲିକାଙ୍କୁ ଟ୍ରଲ୍ କରାଯାଉଛି. କିଛିଦିନ ପୂର୍ବେ ଏକ କମେଡି ଶୋ’ ରେ ଜଜ୍ ହୋଇ ଆସିଥିବା ଅଭିନେତା ଅକ୍ଷୟ କୁମାର, ମଲ୍ଲିକାଙ୍କୁ ସେଟରେ ସେକ୍ସି ବୋଲି କମେଣ୍ଟ କରିଥିଲେ. ଯାହାଫଳରେ ପରେ ବିନୋଦ ଦୁଆ ସୋସିଆଲ୍ ମିଡିଆରେ ଅକ୍ଷୟଙ୍କୁ କଡା ସମାଲୋଚନା କରିଥିଲେ. ଆଉ ଏବେ ଯୌନ ଶୋଷଣ ମାମଲାରେ ବିନୋଦଙ୍କ ନାଁ ଆସିବା ପରେ ମଲ୍ଲିକାଙ୍କ ସହ ହୋଇଥିବା ସେହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ସମସ୍ତେ ମଲ୍ଲିକାଙ୍କୁ କମେଣ୍ଟ କରୁଛନ୍ତି. ଏହା ଉପରେ ମଲ୍ଲିକା କହିଛନ୍ତି, #Metoo ଅଭିଯାନ ଉପରେ ମୋର ମଧ୍ୟ ରାୟ ରହିଛି . ହେଲେ ଏବେ ଏହି ଘଟଣା ଭିତରକୁ ମୋ ନାଁ ଆସିବା ପରେ ମୁଁ ବହୁତ ଦୁଃଖି ଅଛି’.

LEAVE A REPLY

Please enter your comment!
Please enter your name here