ମିଠୁର ଚେର ଏବେ ଓଲିଉଡ୍ ରେ ବି ଦେଖିବାକୁ ମିଳିଛି. ଏହାର ଚର୍ଚ୍ଚା ଚାରିଆଡେ ହେଉଥିବା ବେଳେ ଓଲିଉଡ୍ ଅଭିନେତ୍ରୀ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି. ମିଠୁକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ତଥା ଆଙ୍କର ଏଲି ପାଢୀ. ମିଠୁକୁ ନେଇ ପ୍ରଯୋଜକଙ୍କ ଉପରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି. ସେ କହିଛନ୍ତି, ପ୍ରଯୋଜକ ତାଙ୍କୁ ସିନେମା ନାୟିକା ନୁହେଁ ବାସ୍ତବ ଜୀବନର ନାୟିକା କରିବାକୁ ଚାହୁଁଥିଲେ. ପ୍ରୋଜେକ୍ଟ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ପ୍ରଯୋଜକମାନେ ଏପରି କହିଥିବା ସେ କହିଛନ୍ତି. ସେ ଆହୁରି ମଧ୍ୟ କହିଛନ୍ତି, ଓଲିଉଡ୍ ରେ ଏମିତି ବହୁତ ଜଣ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସିନେମା ନ ପାଇବା ଭୟରେ ମୁହଁ ଖୋଲୁନାହାନ୍ତି. ତାଙ୍କର ପ୍ରଥମ ଫିଲ୍ମ ଏ ମିଳନ ଯୁଗ ଯୁଗର ସଫଳତା ପରେ ଦ୍ୱିତୀୟ ଫିଲ୍ମର ଅଫର ଯେତେବେଳେ ଆସିଲା ପ୍ରଯୋଜକ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ଆଢୁଆଳରେ ବାରମ୍ବାର ତାଙ୍କୁ ଫୋନ୍ କରି ମାନସିକ ନିର୍ୟାତନା ଦେଉଥିବା ସେ କହିଛନ୍ତି । ଏପରିକି ତାଙ୍କ ସହ ୨ ଥର ଏଭଳି ଘଟଣା ଘଟିଥିବା ସେ କହିଛନ୍ତି । ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରଯୋଜକମାନେ ରିଲ୍ ନାୟିକା ପରିବର୍ତ୍ତେ ତାଙ୍କୁ ରିଅଲ୍ ଲାଇଫ୍ ରେ ନାୟିକା କରିବାକୁ ଚାହୁଁଥିଲେ ଏଲି ଅଭିଯୋଗ କରିଛନ୍ତି.

LEAVE A REPLY

Please enter your comment!
Please enter your name here