ଅଭିନେତା ଅନୁପମ୍ ଖେର୍ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଜଣେ 101 ବର୍ଷ ବୟସର ବୃଦ୍ଧା,  ଚା ବିକୁଥିବା ନଜର ଆସିଛନ୍ତି. ଅନୁପମଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ର ଟ୍ରେଲର ଯେବେଠୁ ରିଲିଜ୍ ହୋଇଛି ସେବେଠୁ ସେହି ଫିଲ୍ମ ସଂପର୍କିତ ଛୋଟଛୋଟ କଥା ସୋସିଆଲ୍ ମିଡିଆରେ ଭାଇରାଲ ହେବା ଦେଖିବାକୁ ମିଳୁଛି. ତେବେ ମିଳିଥିବା ସୂଚନା ଅନୁସାରେ, ଅନୁପମ୍, ଖଜୁରାହୋର 101 ବର୍ଷୀୟା ବୃଦ୍ଧା ହରବୀ ଦେବୀଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କ ସହ କରିଥିବା କିଛି ସମୟ ବାର୍ତ୍ତାଳାପର ଏକ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଥିଲେ. ତେବେ ଏହି ଭିଡିଓ ପୋଷ୍ଟ କରିବା ସମୟରେ ସେ ଲେଖିଥିଲେ ଯେ, ‘ମୁଁ ଖଜୁରାହୋରେ ହରବୀ ଦେବୀଙ୍କୁ ସାକ୍ଷାତ କଲି ଯାହାର ବୟସ 101 ବର୍ଷ. ଏକ ପୁରୁଣା ଗଛ ତଳେ ବସି ସେ ଚା ବିକନ୍ତି ଏବଂ ସେ ବହୁତ ଖୁସି ଥିବା କହିଛନ୍ତି’ ଅନୁପମ. ତେବେ ସେହି ବୃଦ୍ଧା ଜଣକ ବହୁତ ସାହସୀ ଏବଂ ଅନୁପମଙ୍କୁ ଦେଖିବା ପରେ ସେ ବହୁତ ଖୁସି ଥିବା ବ୍ୟକ୍ତ କରିଛନ୍ତି. ଯେ ପର୍ଯ୍ୟନ୍ତ ଅନୁପମ୍ ଅଛନ୍ତି ସେ ପର୍ଯ୍ୟନ୍ତ ସେହି ବୃଦ୍ଧାଙ୍କ ମୁହଁରେ ହସ ଫୁଟୁଥିବ. 15 ସେକେଣ୍ଡର ଏହି ଭିଡିଓଟିକୁ ଆପଣ ମଧ୍ୟ ଦେଖିଲେ ଜାଣିପାରିବେ ଯେ ବୃଦ୍ଧା ଜଣକ କେତେ ଖୁସି ଅଛନ୍ତି.

LEAVE A REPLY

Please enter your comment!
Please enter your name here