ଭୁବନେଶ୍ୱର:ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଅଜିତ ସାହୁ। ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ।ସୂଚନା ଅନୁସାରେ, ୨୦୨୪ ମସିହାରେ ଜମି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଅଜିତଙ୍କ ନାଁରେ ଏତଲା ଦେଇଥିଲେ ରାଜ୍ୟସଭା ସାଂସଜ ସୁଜିତ କୁମାର।ଦିଲ୍ଲୀ ତୋଗଲକ ଥାନାରେ ଠକେଇ ନେଇ ଦ୍ବାରସ୍ଥ ହୋଇଥିଲେ ସୁଜିତ କୁମାର। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ବାରମ୍ବାର କୋର୍ଟଙ୍କ ସମନ ସତ୍ତ୍ବେ ଅଜିତ ହାଜର ହୋଇନଥିଲେ। ସେଥିପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଜିତଙ୍କୁ ପଳାତକ ଘୋଷଣା କରିଥିଲେ । ୱାରେଣ୍ଟ ବଳରେ ଅଜିତଙ୍କୁ ନୟାପଲ୍ଲୀ ଘରୁ ଗିରଫ କରିଛି ପୋଲିସ । ଅଜିତଙ୍କ ବାପା ନୃସିଂହ ସାହୁ ବିଜେଡି ସରକାରରେ ପରିବହନ ମନ୍ତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here